ମୁଖ୍ୟ ଖବର

ଫ୍ଲଡ ଲାଇଟ୍ କାମ ନେଇ ସମୀକ୍ଷା କଲେ ଅତିରିକ୍ତ ସଚିବ

By Biswaranjan Pattnaik

September 13, 2025

ଅନୁଗୁଳ: ଆଜି କଦମ ପଡ଼ିଆରେ ୫ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଫ୍ଲଡ ଲାଇଟ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ନେଇ ବୁଲି ଦେଖିଥିଲେ କ୍ରୀଡା ଓ ଯୁବ ସେବା ବିଭାଗର ଅଧିକାରୀ ମାନେ। ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଆସିଥିବା ଏହି ଦଳରେ ଡେପୁଟି ସେକ୍ରେଟାରୀ ଡ଼ା ସ୍ୱରୁପାନନ୍ଦ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଇନ୍ଫ୍ରାଷ୍ଟ୍ରକଚର ମ୍ୟାନେଜର ହିମାଂଶୁ ବେହେରା, ତହସିଲଦାର ଆଲୋକ କୁମାର ଦେହୁରୀ,ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ସେମାନେ କାଉଁ ସ୍ଥାନରେ ଏବଂ କିଭଳି ଫ୍ଲଡ ଲାଇଟ୍ ପୋଲ ବସିବ ତାହା ବୁଲି ଦେଖିଥିଲେ।

ଏହାପରେ ଅଧିକାରୀମାନେ ଅନୁଗୁଳ ଷ୍ଟାଡିୟମ୍ ବଅଁରପାଳ ଓ ବନ୍ତଳାରେ ହେବାକୁ ଥିବା ମିନି ଷ୍ଟାଡିୟମ୍ ଆଦି ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ ।