ଅନୁଗୁଳ: ଭିଜିଲାନ୍ସ ଜାଲରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ। ଆୟବହିର୍ଭୂିତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ପୈତୃକ ଘର ଅନୁଗୁଳ ଜିଲ୍ଲା ସାପଘରା ପଞ୍ଚାୟତର ବନ୍ତୁଲ ଗାଁ ଓ ଅନୁଗୁଳ ସିମିଳିପଡ଼ା ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୪ଜଣ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ କରାଯାଉଛି।