ଅନ୍ୟାନ୍ୟ

ସମର୍ପଣ ଏକାଡେମୀର ସଫଳତା ଦଶମରେ ଆଦିତ୍ୟ, ଦ୍ୱାଦଶରେ ଅଳକା ଶ୍ରେଷ୍ଠ

By Angul TV Bureau

May 14, 2025

ଅନୁଗୁଳ : ସିବିଏସ୍‌ସି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀକୁ ଅଭୂତପୂର୍ବ ସଫଳତା ମିଳିଛି। ଦଶମରେ ଶତ ପ୍ରତିଶତ ଫଳ ହୋଇଛି। ଅନୁଷ୍ଠାନର ସମସ୍ତ ୧୧୦ ଜଣ ଛାତ୍ରଛାତ୍ରୀ ଭଲ ମାର୍କ୍ ସହିତ ପାସ୍‌ କରିଛନ୍ତି। ୫ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୩୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଆଦିତ୍ୟ ପ୍ରସାଦ ପ୍ରଧାନ ସର୍ବାଧିକ ୯୭.୮ ପ୍ରତିଶତ ନମ୍ବର ରଖି ଅନୁଷ୍ଠାନର ଟପ୍ପର ହୋଇଛନ୍ତି। ଗଣିତ ଓ ସଂସ୍କୃତରେ ୫ ଜଣ ଲେଖାଏଁ ବିଦ୍ୟାର୍ଥୀ ୧୦୦ରୁ ୧୦୦ ମାର୍କ୍ ରଖିଛନ୍ତି। ଓଡ଼ିଆରେ ୩ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ନମ୍ବର ହାସଲ କରିଛନ୍ତି।

ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରି ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ଛାତ୍ରୀ ଅଳକା କୁମାରୀ ସର୍ବାଧିକ ୯୩.୨ ପ୍ରତିଶତ ମାର୍କ୍ ରଖି ଅନୁଷ୍ଠାନର ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ଅଧ୍ଯକ୍ଷା ବୈଷ୍ଣବୀ ଦେଓ, ସହ ପରିଚାଳନା ନିର୍ଦ୍ଦେଶକ ପାର୍ଥ ସାରଥୀ ରାଉତ, ଏକାଡେମୀ ସଂଯୋଜକ ଭବାନୀ ଶଙ୍କର ସାହୁ, ନିତିଶ୍ କୁମାର ବେହେରା, ବରୁଣ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।