ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ: ସୁବାସ ଗଲେ ଅଜିତ ସଭାପତି

By Biswaranjan Pattnaik

December 01, 2024

ଅନୁଗୁଳ: ରବିବାର ଦିନ ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ବିରେନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଚୟନ କ୍ରମେ ସଭାପତି ରୂପେ ଅଜିତ କୁମାର ଧର, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ କୁମାର ସାହୁ, ଉପ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ, ସୁଧାକର ସାହୁ ଏବଂ କମଳାକାନ୍ତ ମିଶ୍ର ଚୟନ ହୋଇଥିବା ବେଳେ କୋସାଧ୍ୟକ୍ଷଭାବେ ଦିନେଶ ଦେହୁରୀ ଚୟନ ହୋଇଛନ୍ତି।

ସହ ସମ୍ପାଦକ ଭାବେ ରାଜେଶ ସେକସେରିଆ ଚୟନ ହୋଇଛନ୍ତି। ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ନାଏକ, ମହେଶ ଭୋମରାଜ ପ୍ରମୁଖ ଚୟନ ହୋଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ବିରେନ୍ଦ୍ର କୁମାର ପ୍ରଧାନ ଚୟନ ଓ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରୂପେ ନିପୁ ଭୁତିଆଙ୍କୁ ଚୟନ କରାଯାଇଅଛି। ସୂଚନା ଥାଉ କି ଏହି କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ବଳବତ୍ତର ରହିବ। ଏହି ଚୟନ ପ୍ରକ୍ରିୟା ବେଳେ କଣିହାଁ, ତାଳଚେର, ବଅଁରପାଳ, ଅନୁଗୁଳ, ଛେଣ୍ଡିପଦା, ବନ୍ତଳା, କିଶୋରନଗର, ଆଠମଲ୍ଲିକ ଆଦି ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।