ମୁଖ୍ୟ ଖବର

ଏଡିୟୁଜେର ଦ୍ୱିବାର୍ଷିକ ନିର୍ବାଚନ, ପୁଣି ସଭାପତି ହେଲେ ଅଜିତ ଧର

By Angul TV Bureau

October 11, 2026

ଅନୁଗୋଳ: ଅନୁଗୋଳ ସହରର ପ୍ରଶାନ୍ତି ହୋଟେଲ ପରିସରରେ ଏଡିୟୁଜେର ସାଙ୍ଗଠନିକ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ସଭାପତି ଅଜିତ କୁମାର ଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ ସହ ନୂତନ କମିଟି ଗଠନ କରାଯାଇଥିଲା।

ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ମିଶ୍ର ଓ ସହନିର୍ବାଚନ ଅଧିକାରୀ ଭାବେ ଦିଲ୍ଲୀପ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ। ନୂତନ କମିଟିରେ ଅଜିତ କୁମାର ଧର ସଭାପତି, ସୁଧାକର ସାହୁ କାର୍ଯ୍ୟକାରୀ ସଭାପତି, ତ୍ରିବେଣୀ ସାହୁ, କମଳାକାନ୍ତ ମିଶ୍ର, ବିନୟ କୁମାର ପଟ୍ଟନାୟକ ଓ ତ୍ରିଲୋଚନ ନାୟକ ଉପସଭାପତି ହୋଇଛନ୍ତି। ମାନସ ମହାନ୍ତି ସାଧାରଣ ସମ୍ପାଦକ, ରାଜେଶ ପାତ୍ର ସହସମ୍ପାଦକ ଓ ଦିନେଶ ନାୟକ କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି।

ସନ୍ତୋଷ ପରିଡ଼ା ସାଂସ୍କୃତିକ ସମ୍ପାଦକ ଏବଂ ନିପୁ ଭୂତିଆ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱ ପାଇଛନ୍ତି। ଏହି ଅବସରରେ ନବନିର୍ବାଚିତ ସଭାପତି ସଂଗଠନକୁ ଅଧିକ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକମାନେ ବୈଠକରେ ଯୋଗ ଦେଇଥିଲେ।