ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର(ଏଡିୟୁଜେ) ନୂତନ ପଦାଧିକାରୀ ଚୟନ: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ନେଲେ ବୀରେନ୍ଦ୍ର ପ୍ରଧାନ

By Angul TV Bureau

December 22, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର(ଏଡିୟୁଜେ) ପୂର୍ବତନ ସଭାପତି ସୁବାସ ସାହୁଙ୍କ ଉପସ୍ଥିତିରେ ଆଜି ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି। କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ସରକାରୀ ଓକିଲ ପରମାନନ୍ଦ ମିଶ୍ର ଉପସ୍ଥିତି ଥିଲେ।

ଏ ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୀରେନ୍ଦ୍ର ପ୍ରଧାନ, ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ସାହୁ, ପର୍ଶୁରାମ ଦାଶ, ଅଜିତ ଧର, ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ସୁବାସ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଜୟନ୍ତ କୁମାର କର, ଉପ ସଭାପତି ଭାବେ ଉପେନ୍ଦ୍ର ରାଉତ, ମହେଶ ଭୋମରାଜ, ବିନୟ ସାହୁ, ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ମିଶ୍ର, ସହ ସମ୍ପାଦକ ଭାବେ ରାଜେଶ ସେକସେରିଆ, କୋଷାଧ୍ୟକ୍ଷ ଭାବେ ସ୍ୱାଧୀନ ସାମଲ, ଲୋକ ସମ୍ପର୍କ ଅଧିକାରୀ ଭାବେ ନିପୁ ଭୁତିଆଙ୍କୁ ଦାୟିତ୍ୱ ଦିଆଯାଇଛି।

ଏ ଅବସରରେ ସଂଘର ବାର୍ଷିକ ଖସଡା ପ୍ରସ୍ତୁତ ହେବା ସହ ସଂଘକୁ ସୁଦୃଢ କରିବା ଲାଗି ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରାଯାଇଥିଲା।