ଅନ୍ୟାନ୍ୟ

ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

By Angul TV Bureau

December 12, 2023

ଅନୁଗୁଳ: ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କ ପରଲୋକରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଶୋକ ପ୍ରକାଶ କରିଛି। ଏ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ସଂଘ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଆୟୋଜିତ ହୋଇଛି। ସଂଘ ପକ୍ଷରୁ ଦୀପଦାନ କରାଯିବା ସହ ନିରବ ପ୍ରାର୍ଥନା କରାଯାଇ ଉପେନ୍ଦ୍ର ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଶୋକ ସଭାରେ ଉପ ସଭାପତି ଜୟନ୍ତ କୁମାର କର, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ପର୍ଯ୍ୟବେକ୍ଷକ ପର୍ଶୁରାମ ଦାଶ, ସାମ୍ବାଦିକ ସ୍ୱାଧୀନ ସାମଲ, ଅଜିତ ଧର, ନିରଞ୍ଜନ ନାଏକ, ରାଜେଶ ପାତ୍ର, ନିପୁ ଭୁତିଆ, ସମାଜ ସେବୀ ପ୍ରତାପ ମହାପାତ୍ର, ବିଶ୍ୱଜିତ ବିଶ୍ୱାଳ, ଆଦ୍ୟଶ୍ଳୋକ ମିଶ୍ର, ସୁଶୀଲ ନାୟକଙ୍କ ସମେତ ବହୁ ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।