ମୁଖ୍ୟ ଖବର

ଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

By Angul TV Bureau

April 20, 2023

ଭୁବନେଶ୍ବର: ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଯୁକ୍ତ୨ ପର୍ଯ୍ୟନ୍ତ ଏହି ଛୁଟି ଦିଆଯାଇଛି। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏନେଇ ଆଜି ସରକାର ବିଧିବଦ୍ଧଭାବେ ଘୋଷଣା କରିଛନ୍ତି।

ପୂର୍ବରୁ ଖରା ଛୁଟି ମେ ୪ ରୁ ଜୁନ ୧୭ ଯାଏଁ ହେଉଥିଲା। ଏଣୁ ଆଜି ଘୋଷଣା କରାଯାଇଥିବା ଛୁଟି ମଧ୍ୟ ଜୁନ ୧୭ ଯାଏଁ ଲାଗୁ ହେବ। ପରେ ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।