ଅନ୍ୟାନ୍ୟ

ଫାଇଭ ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବସୁଧାର ଉପଦେଷ୍ଟା

By Angul TV Bureau

November 04, 2023

ଭୁବନେଶ୍ୱର: ଫାଇଭ ଟି ଏବଂ ନବୀନ ଓଡ଼ିଶାର ନବ ନିଯୁକ୍ତ ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ଦିନେଶ ପ୍ରଧାନ ଓ ଉମିଲତା ଦାସ। ଏହା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓଡ଼ିଶାର ସମସ୍ତ ଜିଲ୍ଲା- ବ୍ଲକରେ ଚାଲିଥିବା ଓ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ।