ଅନ୍ୟାନ୍ୟ

ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା

By Sanjeeb Biswal

August 12, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା।

ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର ପରିଜା, ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ବିଜ୍ଞାନ ନିରୀକ୍ଷକ ଆମ୍ବୁଜ କୁମାର ଗଡ଼ନାୟକ ପ୍ରମୁଖ ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ପ୍ରଥମେ ଗୋପୀନାଥପୁର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଏ ଅବସରରେ ସେ ଶ୍ରେଣୀ କକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଟ ସଠିକ ସମୟରେ ମିଳୁଛି କି ନାହିଁ ପଚାରିଥିଲେ। ଏ ନେଇ ବିଦ୍ୟାଳୟ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ନିର୍ମିତ ଛାତ୍ରୀ ନିବାସ ବୁଲି ଦେଖିଥିଲେ।

ଏହାପରେ ସେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଛାତ୍ରୀଛାତ୍ରଙ୍କ ସମସ୍ୟା ଓ ଷ୍ଟାଇପେଣ୍ଟ ସମ୍ପର୍କରେ ପଚାରି ବୁଝିଥିଲେ। ଉପଦେଷ୍ଟାଙ୍କ ଏହି ଗସ୍ତ ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।