ଘଟଣା ଓ ଦୁର୍ଘଟଣା

ଆଇନଜୀବୀଙ୍କୁ ମାଡ଼ ଘଟଣା: ୧୫ ଜଣଙ୍କ ନାଁରେ ମାମଲା

By Sanjeeb Biswal

November 29, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗ୍ରାମରେ ପୋଲିସ ଉପସ୍ଥିତିରେ ଜଣେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ପୋଲିସ ସୂଚନା ମୁତାବକ ରବିବାର ଅପରାହ୍ନରେ ଅନୁଗୁଳ ଥାନା ସୁସୁଡ଼ାର ଆଇନଜୀବୀ ଶୋଭିତ ଆଚାର୍ଯ୍ୟ ତାଙ୍କର ମହକିଲ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କ ଘରକୁ ଯାଇଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ଜିନିଷପତ୍ର ଫେରେଇବା ଘଟଣାକୁ ନେଇ ଅନିଲ ତାଙ୍କୁ ଡାକିଥିଲେ। ସେଠାରେ ଥିବା ସମୟରେ ଗ୍ରାମର ପୁରୁଷ ଓ ମହିଳା ସଂଘବଧ ଭାବେ ଆକ୍ରମଣ କରି ପକେଟ୍‌ରୁ ୧୧ ହଜାର ଟଙ୍କା ଓ ସୁନା ଚେନ୍‌ ଛିଣ୍ଡେଇ ନେଇଯିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଘଟଣାକୁ ନେଇ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ଗ୍ରାମର ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।