ମୁଖ୍ୟ ଖବର

ବରିଷ୍ଠ ଆଇନଜୀବି ରାଜୁ ମହାରଣାଙ୍କ ପରଲୋକ

By Biswaranjan Pattnaik

September 29, 2024

ଅନୁଗୁଳ: ଅନୁଗୁଳର ବରିଷ୍ଠ ଆଇନଜୀବି ଜିଲ୍ଲା ଓକିଲ ସଂଘର ପ୍ରତିଷ୍ଠାତା ସଭ୍ୟ ,ଅକ୍ଷୟ ସଙ୍ଗୀତ ପ୍ରେମୀ ରାଜକିଶୋର ମହାରଣାଙ୍କ ଗତ ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ଘଟିଛି।

ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।ଆଜି ସକାଳେ ତାଙ୍କ ମର ଶରୀର ସେବା ସଦନ ସମ୍ମୁଖକୁ ନିଆ ଯାଇଥିଲା ପରେ ଅନୁଗୁଳ କୋର୍ଟ ଏବଂ ଶେଷରେ ପଶ୍ଚିମ ବଜାର ପଡ଼ା ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା। ଖବର ପାଇ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ବରିଷ୍ଠ ବିଜେପି ନେତା ଦିଲୀପ ପ୍ରଧାନ, ଡିସିସି ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ,ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ,ଶକ୍ତି ପ୍ରସାଦ ପଟନାୟକ,ବରିଷ୍ଠ ଆଇନଜୀବି ସୁଶିଲ କୁମାର ପ୍ରଧାନ,ପ୍ରଦୀପ ଦେବତା ,ସୁଦାମ ଚରଣ ସାହୁ ଓ ଅନ୍ୟ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ଜଣେ ଦକ୍ଷ ଆଇନଜୀବୀ ଏବଂ ଅକ୍ଷୟ ସଙ୍ଗୀତ ପ୍ରେମୀ ଭାବେବସହରରେ ସେ ସୁପରିଚିତ ଥିଲେ। କରଡ଼ାଗାଡିଆ ଶ୍ମଶାନରେ ତାଙ୍କର ମର ଶରୀରକୁ ଦାହ କରାଯାଇଥିଲା ।