ମୁଖ୍ୟ ଖବର

ଅଦ୍ୱୈତ ସିଂହଙ୍କ ଜନ୍ମ ଶତବାର୍ଷିକୀ କାଲି

By Biswaranjan Pattnaik

May 27, 2023

ଅନୁଗୁଳ: ଅନୁଗୁଳର ଇତିହାସ ପୁରୁଷ,କୃତି ଶିକ୍ଷକ,ବିଚକ୍ଷଣ ରାଜନୀତିଜ୍ଞ,ଅପ୍ରତିଦ୍ବନ୍ଦୀ ଜନନାୟକ ତଥା ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଆସନ୍ତା ୨୮.୫.୨୦୨୩ରେ ପାଳିତ ହେବାକୁ ଯାଉଛି।ଏଥିପାଇଁ ଅଦ୍ୱୈତ ବାବୁଙ୍କ ସୁପୁତ୍ର ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅଦ୍ୱୈତ ବାବୁଙ୍କ ଜନ୍ମସ୍ଥାନ ଗୋତମରା। ସେ ଯେଭଳି ସରଳ ଜୀବନ ଯାପନ କରୁଥିଲେ,ଖାଣ୍ଟି ଅନୁଗୁଳିଆ ଭାଷାରେ କର୍ମୀଙ୍କ ସହ କଥାବାର୍ତା ହେଉଥିଲେ ଏବଂ ଯାହାର ଯାହା ଅସୁବିଧା ଥିଲା ତାର ସମାଧାନ ପାଇଁ ଅନ୍ତରିକତାର ସହ କାର୍ଯ୍ୟ କରୁଥିଲେ।ଜିଲ୍ଲାରେ ଶିକ୍ଷା ଓ ସମବାୟ ଆନ୍ଦୋଳନକୁ ନୂଆ ଦିଗ ଦେଇଥିଲେ। ୧୯୪୪ରେ ରେଭେନ୍ସାରୁ ଡିଷ୍ଟିଂକ୍ସନ ସହ ବିଏ ପାସ କରିଥିଲେ। ୧୯୬୧ ମସିହାରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇ ଗାଁ ୱାର୍ଡ଼ ମେମ୍ବର, ସରପଞ୍ଚରୁ ପରବର୍ତୀ ସମୟରେ ବିଧାୟକ ଓ ମନ୍ତ୍ରୀ ହୋଇପାରିଥିଲେ। ବିଜୁ ବାବୁ ଓ ନୀଳମଣି ରାଉତରାୟଙ୍କ ବିଶ୍ୱସ୍ତ ଅନୁଗତ ଭାବେ ସେ ସର୍ବତ୍ର ପରିଚିତ ଥିଲେ। ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ତାଙ୍କ ସହଯୋଗ ରହିଥିଲା। ତାଙ୍କ କାର୍ଯ୍ୟାବଳି ଓ ସମାଜସେବା ତାଙ୍କୁ ଆଜି ଅମର କରି ରଖିଚି। ତାଙ୍କ ଜନ୍ମ ଶତ ବାର୍ଷିକୀ(୨୮.୫ ୧୯୨୩ – ୨୮.୫.୨୦୨୩) ଅବସରରେ ଏଟିଭି ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।