ଅନ୍ୟାନ୍ୟ

୨୫ ବର୍ଷ ପରେ ମୁକୁଳିଲେ ଲକ୍ଷ୍ମଣ ଗାଗରାଇ

By Angul TV Bureau

May 22, 2022

ତାଳଚେର : ହତ୍ୟା ମାମଲାରେ ଆଜୀବନ ଜେଲ ଭୋଗୁଥିବା ଲକ୍ଷ୍ମଣ ଗାଗରାଇ ଆଜି ମୁକ୍ତ ହୋଇଛନ୍ତି। ତାଳଚେର ସ୍ୱତନ୍ତ୍ର କାରାଗାରରେ ସେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ।

ସ୍ଥାନୀୟ ଖମାର ଥାନା ଛାଞ୍ଚୁଣିଆ ଗ୍ରାମ ନିବାସୀ ଲକ୍ଷ୍ମଣ ଗାଗରାଇ ୧୯୯୭ ମସିହା ନଭେମ୍ବର ୨୯ରୁ ଜେଲରେ ଥିଲେ। ରାଜ୍ୟ ସରକାରଙ୍କର ଆଇନ ବିଭାଗର ୨୧/୦୫/୨୦୨୨ରେ ଜାରି ପତ୍ର ସଂଖ୍ୟା ୫୯୮୪ ଅନୁସାରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ଜେଲଦଣ୍ଡ ଭୋଗ କରିସାରିଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶନାମା ହେବା ପରେ ଆଜି ଲକ୍ଷ୍ମଣ ମୁକ୍ତି ପାଇଥିବା ନେଇ ସୂଚନା ଦେଇଛନ୍ତି ତାଳଚେର ଜେଲ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ବେହେରା।