ମୁଖ୍ୟ ଖବର

ଚାରି ମାସର ଆନ୍ଦୋଳନ ପରେ ଜମରଡିହବାସୀଙ୍କ ଦାବି ପୂରଣ, ଡାକ୍ତରଖାନାରେ ଯୋଗଦେଲେ ସରକାରୀ ଆୟୁଷ ଡାକ୍ତର

By Angul TV Bureau

October 06, 2026

ଅନୁଗୋଳ: ଦୀର୍ଘ ଚାରି ମାସର ଆନ୍ଦୋଳନ ପରେ ଜମରଡିହବାସୀଙ୍କ ଦାବି ପୂରଣ ହୋଇଛି। ଜମରଡିହ ସରକାରୀ ଡାକ୍ତରଖାନାରେ ଜଣେ ସରକାରୀ ଆୟୁଷ ଡାକ୍ତର ଯୋଗଦେଇ ରୋଗୀସେବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ପ୍ରାୟ ୭୦ ବର୍ଷ ପୁରୁଣା ଏହି ଡାକ୍ତରଖାନା ଉପରେ ଜମରଡିହ ସମେତ ୫ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ନିର୍ଭର କରନ୍ତି। ଜୁନ୍‌ ୧ରୁ ଏହାର ପରିଚାଳନା ଏକ ଏନ୍‌ଜିଓକୁ ଦିଆଯାଇଥିବା ବେଳେ ଆଶାନୁରୂପ ସେବା ନମିଳିବା ଅଭିଯୋଗରେ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଧାରଣା, ରାଲି ଓ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ ପରେ ଜୁଲାଇ ୧ରେ ଏନ୍‌ଜିଓ ଓହରିଥିଲା। ତଥାପି ସରକାରୀ ଡାକ୍ତର ନିଯୁକ୍ତି ନହେବାରୁ ଆନ୍ଦୋଳନ ଜାରି ରହିଥିଲା। ଶେଷରେ ଡାକ୍ତର ଯୋଗଦେବା ପରେ ମହିଳାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପୂର୍ବତନ ବିଧାୟକ ମୁକେଶ ପାଳଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।