ମୁଖ୍ୟ ଖବର

ଲିଚି ପରେ ବଜାରରେ ଏବେ କେମିକାଲ ବୋଳା ସପୁରୀ!

By Biswaranjan Pattnaik

May 26, 2026

ଅନୁଗୁଳ: ଅନୁଗୁଳ ଓ ନାଲକୋ ଅଞ୍ଚଳରେ ଲିଚିରେ କେମିକାଲ ଦିଆ ଯାଉଥିବା ନେଇ ଅଭିଯୋଗ ହେବା ପରେ ଏବେ କେମିକାଲ ବୋଳା ସପୁରୀ ବିକ୍ରି ନେଇ ଅଭିଯୋଗ ହେଇଛି। ଅନୁଗୁଳ ଡେଲି ମାର୍କେଟ ପ୍ରବେଶ ଦ୍ୱାର ନିକଟରେ ଖୋଲିଥିବା ଫଳ ଦୋକାନୀ ଜଣକ କିଭଳି ଢଙ୍ଗରେ ସପୁରିରେ କେମିକାଲ ଦେଉଛନ୍ତି ତାହା ଆମକୁ ହସ୍ତଗତ ଏକ ଭିଡିଓରୁ ସ୍ପଷ୍ଟ ଜାଣି ହେଉଛି। କିଛି ବିଶେଷଜ୍ଞ ଏହାକୁ ଏଥିଫନ କେମିକାଲ ସହ କୃତ୍ରିମ ରଙ୍ଗର ମିଶ୍ରଣ ହୋଇ ଥାଇପାରେ ବୋଲି ଆଶଙ୍କା କରିଛନ୍ତି।

ଏହି ବିଷାକ୍ତ କେମିକାଲ ବୋଳା ସପୁରୀ ଖାଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇ ପରେ ବୋଲି କୁହା ଯାଉଛି। ଏହି ତରଳ ପଦାର୍ଥ ଦେଲେ କଞ୍ଚା ଫଳ ପାଚିଲା ଓ ଚିକ୍କଣ ଦିଶିବ। କିନ୍ତୁ ଦେହକୁ ଏହା ଅତ୍ୟନ୍ତ କ୍ଷତିକାରୀ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ପକ୍ଷରୁ ଚଢ଼ାଉ କରାଯାଇ ଏହି ଫଳ ଦୋକାନ ଯାଞ୍ଚ କରାଯାଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଉଛି।