ମୁଖ୍ୟ ଖବର

ରେକ୍ସକନ୍ ପରେ ଏବେ ଏସ୍‌କଫ ଓ କୋଡ଼ିଲେକ୍ସ କବଳରେ ଯୁବ ପୀଢ଼ି

By Biswaranjan Pattnaik

January 22, 2026

ଅନୁଗୁଳ: ଅନୁଗୁଳ ସହର ଭିତରୁ ୩ ହଜାର  ବେଆଇନ ରେକ୍ସକନ୍ କଫ ସିରପ ଜବତ ଘଟଣା ସପ୍ତାହେ ବିତି ନଥିବା ବେଳେ ଏବେ ସହରର ଗଳି କନ୍ଦିରେ ଏସ୍‌କଫ ଓ କୋଡ଼ିଲେକ୍ସ କଫ ଶିରପ୍ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି। ଏସବୁ କଫ ଶିରପ୍ ଅନୁଗୁଳକୁ ଯୋଗାଣ ହେଉ ନଥିବା ବେଳେ ଆସୁଛି କେଉଁଠୁ??

ପଶ୍ଚିମବଙ୍ଗରେ ଏସବୁ କଫ ଶିରପ୍ ର ବହୁଳ ବିକ୍ରି ହେଉଥିବା ବେଳେ ସମ୍ଭବତଃ ଏସବୁ କଲିକତାରୁ ବାଲେଶ୍ଵର ଦେଇ ଅନୁଗୁଳ ଆସୁଥିବା ସନ୍ଦେହ କରାଯାଉଛି।ତେବେ ଅନୁଗୋଳରେ ଡ୍ରଗସ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏସବୁ ନେଇ କୌଣସି ତଥ୍ୟ ରହୁ ନାହିଁ। ଗତ ଦଶ ବର୍ଷ ଧରି ଏହି ବିଭାଗ କେବଳ ଲୋକ ଦେଖାଣିଆ କିଛି ସାମ୍ପୂଲ୍ ନେଇ ଉପର ଅଫିସକୁ ପଠାଇ ନିଜ ହାତ ଚିକ୍କଣ କରି ବସୁଥିବା ସାଧାରଣରେ ଅଭିଯୋଗ ହେଇ ଆସିଛି।

ଅନ୍ୟପକ୍ଷରେ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ବିଭାଗକୁ ଅବୈଧ ନିଶା କାରବାର ନେଇ ଖବର ଆସୁଥିବା ବେଳେ ଡ୍ରଗସ୍ ବିଭାଗ ନିଦରେ ଶୋଇବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। କୋଡ଼ିନ ଫସପେଟ ଯୁକ୍ତ ଏହି ଶିରପ୍ ସେବନ ଦ୍ଵାରା ଲିଭର, କିଡନୀ, ହାର୍ଟ ଖରାପ ହେବାର ସମ୍ଭାବନା ରହିଛି ଡାକ୍ତର କହୁଛନ୍ତି। ଏବେ ବି ଅନୁଗୁଳକୁ ଚୋରାରେ କଫ ଶିରପ୍ ଆସୁଥିବାରୁ ଏଥିନେଇ ବ୍ୟାପକ ଚଢାଉ କରାଯିବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।