ଅନ୍ୟାନ୍ୟ

ଷ୍ଟେସନ ଛକ ଦୁର୍ଗାପୂଜାର ଆଜ୍ଞା ଲଡ଼ୁ ଲଟେରୀ: ବିଜୟୀ ହେଲେ ଶ୍ରିୟଙ୍କା

By Angul TV Bureau

October 23, 2026

ଅନୁଗୋଳ : ଅନୁଗୋଳ ଷ୍ଟେସନ ଛକସ୍ଥିତ ମା’ ଦୁର୍ଗା ପୂଜା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ମହୋତ୍ସବ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ପୂଜାର ଅନ୍ତିମ ଦିନ ଦଶହରା ଅବସରରେ ମା’ଙ୍କ ଆଜ୍ଞା ଲଡ଼ୁ ପାଇବା ପାଇଁ ଆୟୋଜିତ ଲଟେରୀ ଉଠାଣରେ ଯୁବ ଆଇନଜୀବୀ ଶ୍ରିୟଙ୍କା ପ୍ରିୟଦର୍ଶିନୀ ନନ୍ଦ ବିଜୟୀ ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ରାଣୀଗୁଡ଼ା ଗ୍ରାମ ସମେତ ଅନୁଗୋଳ ସହରରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି।

ଏହି ଅବସରରେ ଶ୍ରିୟଙ୍କା ତାଙ୍କ ସ୍ୱାମୀ ତଥା ଆଇନଜୀବୀ ରାଜେଶ କୁମାର ମିଶ୍ରଙ୍କ ସହ ପୂଜାମଣ୍ଡପରେ ପହଞ୍ଚି ମା’ଙ୍କ ଆଜ୍ଞା ଲଡ଼ୁ ଗ୍ରହଣ କରିଥିଲେ। ପୂଜା ଟ୍ରଷ୍ଟର ସଭାପତି ନିଲୁ ସାହୁ, ଉପସଭାପତି ବୀରେନ ଦାସ, ସମ୍ପାଦକ ତ୍ରିପୁର ବିଶ୍ୱାଳ, କୋଷାଧ୍ୟକ୍ଷ ଦାମୋଦର ବେହେରା, ସହସମ୍ପାଦକ ସମ୍ବିତ ସାମଲ, କାର୍ଯ୍ୟକାରୀ ସଭାପତି ତାପସ ବିଶ୍ୱାଳ, କାର୍ଯ୍ୟକାରୀ ସମ୍ପାଦକ ମଣ୍ଟି ମହାପାତ୍ର, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ମାନସ ସାହୁଙ୍କ ସମେତ ପୂର୍ବତନ ନଗରପାଳ ଶକ୍ତି ପଟ୍ଟନାୟକ, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ସାହୁ, ତେତ୍ରାନନ୍ଦ ସାମନ୍ତ ଓ ଉପଦେଷ୍ଟା ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଆଜ୍ଞା ଲଡ଼ୁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଶ୍ରିୟଙ୍କା ଅନୁଗୋଳର ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦଙ୍କ କନ୍ୟା। ମା’ ଦୁର୍ଗାଙ୍କ ଆଜ୍ଞା ଲଡ଼ୁ ଲଟେରୀରେ ବିଜୟୀ ହେବା ତାଙ୍କ ପରିବାର ଓ ପରିଚିତ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।