ଅନ୍ୟାନ୍ୟ

ବିଜେପି ଅନୁଗୁଳ ଜିଲ୍ଲା କୋର୍ କମିଟି ବୈଠକ: ମେ’ ୩୧ରେ ଅହଲ୍ୟା ବାଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

By Angul TV Bureau

May 27, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାର କୋର୍ କମିଟି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଗସ୍ତ ଏବଂ ପାର୍ଟି ଦେଇଥିବା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା। ପୁନଶ୍ଚ ଆଗାମୀ ଦିନରେ ଅହଲ୍ୟା ବାଇଙ୍କ ଜୟନ୍ତୀ ଆଗାମୀ ମେ ୩୧ ତାରିଖରେ ପାଳନ କରାଯିବା ଉପରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ବିଜୟ ମାଝୀ, ସୁଦୀପ ଗଡ଼ନାୟକ, ପ୍ରକାଶ ମହାରଣା, ପର୍ଶୁରାମ ବାରିକ, ଚିତ୍ତରଞ୍ଜନ ମେହେର, ଦିଲ୍ଲୀପ ଦାସ, ଅକ୍ଷୟ ପାଦ ବେହେରା, ଗୋପବନ୍ଧୁ ଗଡ଼ନାୟକଙ୍କ ସମେତ ସମସ୍ତ କୋର୍ କମିଟି ସଦସ୍ୟ ଯୋଗ ଦେଇଥିଲେ।