ଅନ୍ୟାନ୍ୟ

ଏଡସ୍ ସଚେତନତା ରଥର ଶୁଭାରମ୍ଭ

By Biswaranjan Pattnaik

October 26, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳବାର ସକାଳେ ଏଡସ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା ବିଶ୍ବବିହାରି ମହାନ୍ତି, ଜନ ସ୍ଵାସ୍ଥ୍ୟ ଅଧିକାରୀ ଧନଞ୍ଜୟ ବେହେରା, ଏଆରଟି ଅଧିକାରୀ ଡା ଶାଶ୍ୱତ ସାଗର ମିଶ୍ର, ଡାପଶୁ ସଂଯୋଜିକା ଡା ପ୍ରମିଳା ହୋତା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏ ଅବସରରେ ଏଡସ୍ ସଚେତନତା କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସଚେତନତାରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।