ଅନ୍ୟାନ୍ୟ

ପାଠ୍ୟପୁସ୍ତକରେ ତ୍ରୁଟି: କଣିହାଁରେ ଏଆଇଡିଏସଓର ବିକ୍ଷୋଭ

By Angul TV Bureau

July 14, 2026

ଅନୁଗୋଳ: ରାଜ୍ୟରେ ପ୍ରଚଳିତ ତ୍ରୁଟିପୂର୍ଣ୍ଣ ଓ ଅବୈଜ୍ଞାନିକ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ, କଣିହାଁ ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରଛାତ୍ରୀମାନେ ପୁରୁଣା ହାଟ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସଙ୍ଗଠନ ପକ୍ଷରୁ ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ, ବିଷୟଭିତ୍ତିକ ବିଶେଷଜ୍ଞଙ୍କ ଦ୍ୱାରା ନୂତନ ପାଠ୍ୟପୁସ୍ତକ ପ୍ରଣୟନ ଏବଂ ରାଜ୍ୟ ଭିତ୍ତିକ ସିଲାବସ ପ୍ରସ୍ତୁତି ନିମନ୍ତେ ଦାବି କରାଯାଇଛି। ନୂତନ ପୁସ୍ତକ ପ୍ରକାଶ ନ ହେବା ପର୍ଯ୍ୟନ୍ତ ଗତ ବର୍ଷର ପୁସ୍ତକରେ ଶିକ୍ଷାଦାନ ପାଇଁ ସେମାନେ ଜିଦ୍ ଧରିଛନ୍ତି। ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରି, ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ସମ୍ପାଦକ ନାରାୟଣ ନାୟକଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।