ମୁଖ୍ୟ ଖବର

ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ଛାତ୍ର-ଯୁବ ସଂଗଠନର ଶ୍ରଦ୍ଧାଞ୍ଜଳି

By Angul TV Bureau

October 10, 2025

ଅନୁଗୁଳ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅନୁଗୁଳର ଗୋପବନ୍ଧୁ ପାର୍କଠାରେ ଛାତ୍ର ସଂଗଠନ (ଡି.ଏସ୍.ଓ.) ଓ ଯୁବ ସଂଗଠନ (ଡି.ୱାଇ.ଓ.) ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଡି.ୱାଇ.ଓ. ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ପ୍ରଧାନ ଆଲୋଚନାରେ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଓ ମାନବିକ ମୂଲ୍ୟବୋଧକୁ ସ୍ମରଣ କରି ଏହା ଛାତ୍ର ଓ ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଯୁବ ସଂଗଠକ ନିରଞ୍ଜନ ନାୟକ, ମଳୟ ବେହେରା, ବିଷ୍ଣୁ ସାହୁ, ଛାତ୍ରନେତା ନାରାୟଣ ନାୟକ, ସଂଗଠିକା ସରୋଜିନୀ ବେହେରା, ନିରୁପମା ନାୟକ, ଚାଷୀନେତା ସୁବାସ ପ୍ରଧାନ, ସରୋଜିନୀ ନାୟକ ସମେତ ସହରର ବହୁ ନାଗରିକ ଉପସ୍ଥିତ ଥିଲେ।