ମୁଖ୍ୟ ଖବର

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ AIDSO ର ବିକ୍ଷୋଭ: ଗତ ବର୍ଷ ବହିରେ ଶିକ୍ଷାଦାନ କରିବାକୁ ଦାବି

By Angul TV Bureau

July 10, 2026

ଅନୁଗୋଳ: ବିଜ୍ଞାନସମ୍ମତ ଓ ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବାକୁ ଦାବି କରି AIDSO ଅନୁଗୋଳ ଆଞ୍ଚଳିକ କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗୋପବନ୍ଧୁ ପାର୍କ ଠାରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଅନୁଗୁଳ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଠାରେ ସଭା ଅନୁଷ୍ଠିତ ହୋଇଥିଲା।

ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଛପା ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୨୬୦୦ରୁ ଅଧିକ ତଥ୍ୟଗତ ଓ ବନାନଗତ ଭୁଲ ଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ କହିଲେ ଯେ, ଏହି ବହି ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବ। AIDSO ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର, NEP-2020 ବାତିଲ ଓ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏଆଇଡିଏସଓ ଜିଲ୍ଲା ସଭାପତି ପରମାନନ୍ଦ ସାହୁଙ୍କ ସଭାପତିତ୍ବରେ ନିୟୁପମା ନାୟକ, ଉପସଭାପତି ସରୋଜିନୀ ବେହେରା, ସମ୍ପାଦକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।