ଅନୁଗୁଳ: ଭାରତ ଉପରେ ଟ୍ରମ୍ପର ଟାରିଫ ଧମକ, ଭାରତ-ବ୍ରିଟେନ ସିଇଟିଏ ଓ କର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚର ଆହ୍ବାନରେ ଦେଶ ବ୍ଯାପୀ ପ୍ରତିବାଦ/ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ଏହି ବିକ୍ଷୋଭରେ ଏଆଇକେକେଏମଏସର ଜିଲ୍ଲା ସଭାପତି ସୁବାସ ପ୍ରଧାନ, ଉପସଭାପତି ନବକିଶୋର ପ୍ରଧାନ, ଏଆଇୟୁଟିୟୁସି ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ଆଇଏନଟିୟୁସି ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକ, ଏଆଇସିସିଟିୟୁ ଜିଲ୍ଲା ନେତା ତପନ ମହାନ୍ତି ପ୍ରମୁଖ କେନ୍ଦ୍ର ବିଜେପି ସରକାରଙ୍କ ସାମ୍ରାଜ୍ୟବାଦ ଓ କର୍ପୋରେଟ ତୋଷଣ ନୀତିର ଦୃଢ଼ ନିନ୍ଦା କରିଥିଲେ। ବିକ୍ଷୋଭ କାର୍ଯ୍ୟକ୍ରମରେ ସଞ୍ଜୟ ସାହୁ, ବଳରାମ ନାୟକ, ପ୍ରଦୀପ ପ୍ରଧାନ, କାଳିଚରଣ ପ୍ରଧାନ, ସନାତନ ସାହୁ, କୁମର ସାହୁ ପ୍ରମୁଖ ସାମିଲ ଥିଲେ।