ଅନ୍ୟାନ୍ୟ

ମୋହାଲି ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସରେ ଅଶ୍ଳୀଳ ଭିଡ଼ିଓ ଲିକ୍ ଘଟଣାକୁ ଏଆଇଏମ୍ଏସ୍ଏସର ତୀବ୍ର ନିନ୍ଦା

By Angul TV Bureau

September 20, 2022

ଅନୁଗୁଳ: ଚଣ୍ଡୀଗଡ଼ ନିକଟସ୍ଥ ମୋହାଲିସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ୬୦ ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ଲିକ୍ ହେବା ମାମଲାରେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି, ଓଡ଼ିଶା ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକା ସ୍ଵୟଂ ପ୍ରଭା ନାୟକ ଏକ ପ୍ରେସ କନ୍ଫରେନ୍ସ ଡାକିଛନ୍ତି। ଏହି ପ୍ରେସ ବିବୃତ୍ତିରେ ସେ କହିଛନ୍ତି ଯେ ଏହି ଘଟଣା ବହୁତ ଦୁଃଖଦାୟକ ଓ ଚିନ୍ତାଜନକ। ଛାତ୍ରୀମାନେ ଯଦି ବିଶ୍ବବିଦ୍ୟାଳୟ ହଷ୍ଟେଲରେ ସୁରକ୍ଷିତ ନୁହେଁ, ତେବେ ସେମାନେ ଆଉ କୁଆଡ଼େ ପଢ଼ିବାକୁ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଅନୁଗୁଳ ଜିଲ୍ଲା କମିଟି ସଭାପତି ମନ୍ଦୋଦରୀ ରାଉଳ, ସଂପାଦିକା ମାନସୀ ସ୍ଵାଇଁ, ଉପସଭାପତି ସରୋଜିନୀ ନାୟକ, କୋଷାଧ୍ୟକ୍ଷ ପ୍ରମିଳା ପଣ୍ଡା, ଜିଲ୍ଲା ସଂଗଠିକା ପ୍ରତିମା ବେହେରା, ପ୍ରଗତିବାଳା ନାୟକ, ବିନତୀ ସାହୁ, ସୁରୁଚି ପ୍ରଧାନ, ନିର୍ମଳା ପ୍ରଧାନ ପ୍ରମୁଖ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏଥିସହ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି କରିଛନ୍ତି।