ମୁଖ୍ୟ ଖବର

ସାବିତ୍ରୀ ଜିନ୍ଦଲ ଏୟାରପୋର୍ଟରେ ଏୟାର ଶୋ’ ଆୟୋଜିତ: ଭରପୂର ମଜା ନେଲେ ୬୦୦ରୁ ଊର୍ଦ୍ଧ୍ଵ ଲୋକ

By Sanjeeb Biswal

January 17, 2024

ଅନୁଗୁଳ: ଅନୁଗୁଳସ୍ଥିତ ସାବିତ୍ରୀ ଜିନ୍ଦଲ ଏୟାରପୋର୍ଟ ଠାରେ ପ୍ରଥମ ଥର ପାଇଁ ଏୟାର ଶୋ’ ଆୟୋଜିତ ହୋଇଛି। ଜାନୁଆରୀ ୧୩ ରୁ ୧୬ ଯାଏଁ ଏହି ଶୋ’ ଅନୁଷ୍ଠିତ ହୋଇଥିଲା। ଏହି ସ୍ମରଣୀୟ ଦୁଃସାହସିକ କ୍ରୀଡ଼ା ମଧ୍ୟରେ ପାରାମଟୋରିଙ୍ଗ, ପାରାସେଲିଙ୍ଗ ଏବଂ ହଟ ଏୟାର ବେଲୁନିଂ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା।

ଭର୍ଟିକାଲ ଇଣ୍ଡିଆ ଗ୍ରୁପ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ୬୦୦ ଜଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜେଏସପି କର୍ମଚାରୀ, ସରକାରୀ ଅଫିସିଆଲ ଏବଂ ସ୍ଥାନୀୟ ଗ୍ରାମବାସୀ ଅଂଶ ଗ୍ରହଣ କରି ଭରପୂର ମଜା ଉଠାଇଥିଲେ।