ମୁଖ୍ୟ ଖବର

ଶୈଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚକା ବିଜେ ନୀତି: ଆଜି ଦଶମୂଳ ଔଷଧ ସେବନ କରିବେ ଶ୍ରୀଜିଉ

By Swagatika Samantray

July 01, 2024

 

ଅନୁଗୁଳ: ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଚକା ବିଜେ ନୀତି। ଅନବସର ଦଶମୀ ତିଥିରେ ଶ୍ରୀଜିଉମାନଙ୍କର ଚକା ବିଜେ ନୀତି ହୋଇଥାଏ। ଅନବସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଏବେ ଶ୍ରୀଅଙ୍ଗ ସେବକ ମାନେ ଓଷ ଲାଗି କରୁଛନ୍ତି। ଦଶମୀ ତିଥିରେ ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ବିଜେ କରିବାର ପରମ୍ପରା ରହିଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଦ୍ଵାରା ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଏ। ଏହାକୁ ସେବନ କରି ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ମହାପ୍ରଭୁ ସୁସ୍ଥ ହେବା ଲାଗି ରାଜ ବୈଦଙ୍କ ଦ୍ବାରା ପ୍ରସ୍ତୁତ ଏହି ଦଶମୂଳ ମୋଦକକୁ ଅର୍ପଣ କରାଯାଇଥାଏ ।