ପ୍ରତିଭା ଓ ବ୍ୟକ୍ତିତ୍ୱ

ଅଜିତ କୁମାର ସାହୁ ଯୁବ‌ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ

By Biswaranjan Pattnaik

August 05, 2025

ଅନୁଗୁଳ: ତାଳଚେରର ଅଜିତ କୁମାର ସାହୁଙ୍କୁ ଯୁବ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ପ୍ରକାଶ ବେହେରା ଏଥିନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଅଜିତ ସାହୁ ଗତ ୮ ବର୍ଷ ଧରି ହିଙ୍ଗୁଳା ମାଇନ୍ସରେ କାମ କରି ଆସୁଛନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶା କଲିୟାରି ମଜଦୂର ସଂଘର ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରି ସଂଗଠନର ମଙ୍ଗ ସମ୍ଭାଳିଛନ୍ତି।ରାଜ୍ୟ ସ୍ତରରେ ଦାୟିତ୍ଵ ନେବା ପରେ ଯୁବ ଆଇଏନ୍‌ଟିୟୁସିର ସଂଗଠନକୁ ମଜଭୁତ କରିବା ସହ ଶ୍ରମିକଙ୍କ କଲ୍ୟାଣ ପାଇଁ କାମ କରିବେ ବୋଲି ଅଜିତ ଏକ ସାକ୍ଷାତକାରରେ ଏ ଟିଭିକୁ କହିଛନ୍ତି।