ଅନୁଗୁଳ: ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଗୁଳ ଧର୍ମଶାଳା ଠାରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ତିନିଜଣ ଶିଶୁ କଣ୍ଠ ଶିଳ୍ପୀ ପ୍ରଦୀପ ଜାଳି ସମାରୋହକୁ ଉଦଘାଟନ କରିଥିଲେ । ‘ଫୋକସ’ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସଂସ୍ଥାର ମୁଖ୍ୟ ସୁଧୀରେନ୍ଦ୍ର ପରିଜା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ। ରାଜୁ ପଟ୍ଟନାୟକ,ସୁଧାଂଶୁ ଦାସ, ଦେବାଶିଷ ପଟ୍ଟନାୟକ,ବ୍ରଜେନ୍ଦ୍ର ସାମଲ ପ୍ରମୁଖ ଅକ୍ଷୟ ଙ୍କ ସାହିତ୍ୟ ଓ ସଙ୍ଗୀତ ଉପରେ ଆଲୋଚନା କରିଥିଲେ। ଏହାପରେ ଅକ୍ଷୟଙ୍କ ଅଭୁଲା ଗୀତ ନଦୀର ନାମ,ପୁଣ୍ୟର ନଦୀ ତୀରେ, ସ୍ମୃତି ତୁମେ ଭଳି ଗୀତକୁ କଣ୍ଠ ଶିଳ୍ପୀ ମାନେ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କଣ୍ଠ ଶିଳ୍ପୀ ଅତିଥି ରଞ୍ଜନ ସ୍ୱାଇଁ,ପଲ୍ଲବୀ ପ୍ରୀୟ ଦର୍ଶିନୀ, ଅନିତା ସାମଲ, ଦୀପକ ପାଣି,ମୌସୁମୀ ଦାସ,ଶତ୍ରୁଜିତ ପଟନାୟକ,ସଂଘମିତ୍ରା ପ୍ରମୁଖ ଅକ୍ଷୟ ସଙ୍ଗୀତ ପରିବେଷଣ କରିଥିଲେ। ବିଶ୍ୱରଞ୍ଜନ ପଟ୍ଟନାୟକ ଏବଂ ଜୟନ୍ତ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।