ଅନ୍ୟାନ୍ୟ

ଅଖିଳ ଭାରତୀୟ ଠିକା ମଜଦୁର ମହାସଂଘର ୭ମ ତ୍ରୟବାର୍ଷିକ ଅଧିବେଶନ, ଯୋଗ ଦେଲେ ସବୁ ରାଜ୍ୟର ପ୍ରତିନିଧି

By Angul TV Bureau

March 22, 2025

ଅନୁଗୁଳ: ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଖିଳ ଭାରତୀୟ ଠିକା ମଜଦୁର ମହାସଂଘର ସର୍ବଭାରତୀୟ ୭ମ ତ୍ରୟ ବାର୍ଷିକ ଅଧିବେଶନ ସ୍ଥାନୀୟ ତାଳଚେର ଜଗନ୍ନାଥ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସମ୍ପାଦକ ରାମନାଥ୍ ଗଣେଶ ମୁଖ୍ୟ ଅତିଥି, ଭାରତୀୟ ମଜଦୁର ସଂଘର ସର୍ବ ଭାରତୀୟ ସମ୍ପାଦକ ଭେଲୁ ରାଧାକୃଷ୍ଣ ମୁଖ୍ୟ ବକ୍ତା, ଭାରତୀୟ ମଜଦୁର ସଂଘ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ପୃଥ୍ବୀରାଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଅଖିଳ ଭାରତୀୟ ଠିକା ମଜଦୁର ମହାସଂଘର ସଭାପତି କେ.ଭି ରାଧାକୃଷ୍ଣ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାସଂଘର ସାଧାରଣ ସମ୍ପାଦକ ସଚିନ୍ ମାଙ୍ଗଲେ୍ ପରିଚାଳନା କରିଥିଲେ। ପ୍ରଥମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଚାରଣ କରାଯାଇଥିଲା। ଅତିଥିମାନେ ମହିଳା  କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିସହ ସମସ୍ତ ଶ୍ରମିକ ଯେପରି ଲାଭବାନ ହେବେ ସେ ନେଇ ଆଲୋଚନା କରାଯାଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ୨୦୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକଙ୍କ ପ୍ରତିନିଧି ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ସଭାପତି ତଥା ଆଞ୍ଚଳିକ ଠିକା ମଜଦୁର ସଂଘର ସଭାପତି ଇଞ୍ଜିନିୟର ମନୋଜ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସଚିନ୍ ମାଙ୍ଗଲେ୍, ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁରଭି ସ୍ଵାଇଁ, ରାମନାଥ ଗଣେଶ, ଭେଲୁ ରାଧାକୃଷ୍ଣ, ଓଡ଼ିଶା ଠିକା ମଜଦୁର ସଂଘ ପ୍ରଭାରୀ ଏ. ଶ୍ରୀନିବାସ ରାଓ, ଶ୍ରୀନିବାସ ଖୁଣ୍ଟିଆ, ଅଜୟ ପାଢ଼ୀ, ମଳୟ ପରିଡ଼ା, ସତ୍ୟବ୍ରତ ସ୍ଵାଇଁ, କପିଳେଶ୍ଵର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।