ମୁଖ୍ୟ ଖବର

ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି

By Swagatika Samantray

April 03, 2025

ଅନୁଗୁଳୁ: ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ପାଗ ଶୁଖୁଲା ରହିବା ସହ ୮ତାରିଖରୁ ପୁଣି ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ଧରଣର ବର୍ଷା ହେବ। ଏଥିସହ ତିନି ଦିନ ଯାଏଁ ଗରମରୁ ଆଶ୍ବସ୍ତି ମିଳିବ।