ଅନ୍ୟାନ୍ୟ

ବାଇକ ସହିତ ମଦ ଜବତ, ଜଣେ ଗିରଫ

By Angul TV Bureau

January 28, 2021

ଅନୁଗୁଳ: ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଦେଶୀ ମଦ ଜବତ କରିଛି। ଅବକାରୀ ପୁଲିସ୍‌ ସୂଚନା ଅନୁଯାୟୀ, ଜରାସି˚ହା ଗ୍ରାମର ସାଗର ନାଏକ (୩୦) ବୁଧବାର ତାଙ୍କ ମୋଟରସାଇକେଲ୍‌ (ଓଆର‌୍‌ ୦୫ ଏଚ୍‌ ୫୫୪୬)ରେ ୮୦ ଲିଟର ଚୋରା ଦେଶୀ ମଦ ଧରି ଗାଁକୁ ଆସୁଥିଲେ। ଅବକାରୀ ବିଭାଗ ଖବର ପାଇ ମଝିକା ଛକ ନିକଟରେ ଛକି ରହିଥିଲେ। ସାଗର ମହୁଲି ମଦ ନେଇ ଆସୁଥିବା ବେଳେ ତାଙ୍କୁ ଗୋଡ଼ାଇ ପୁଲିସ୍‌ ଧରିଥିଲା। ଏଥିସହିିତ ପୂର୍ବରୁ ସାଗରଙ୍କ ନାମରେ ରୁଜୁ ବହୁ ଚୋରା ମଦ କାରବାରରେ ମାମଲା ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।