ମୁଖ୍ୟ ଖବର

ବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ  ହେବ, ଚିକେନ ଦର ଖସିଲା

By Biswaranjan Pattnaik

July 14, 2025

ଅନୁଗୁଳ: ପୁରୀ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଯାଇଥିବାରୁ ଅନୁଗୁଳ ଜିଲ୍ଲାରେ ଏଥିନେଇ ସତର୍କତା ଅବଲମ୍ବନ କରାଯାଇଛି।ଡେପୁଟି ଡାଇରେକ୍ଟର ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କ ମତରେ ରାଜ୍ୟ ପ୍ରାଣୀଧନ ବିଭାଗ ସହିତ ଆଭାସି ମୋଡରେ ଆଲୋଚନା ପରେ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାର ସମସ୍ତ ଘରୋଇ କୁକୁଡ଼ା ଫାର୍ମ ମାଲିକଙ୍କୁ ପରିମଳ ବ୍ୟବସ୍ଥା କିଭଳି ଠିକ୍ ରଖିବେ,କୁକୁଡ଼ା ମଳ କିଭଳି ନିଷ୍କାସନ କରିବେ ସେଥିନେଇ ସଚେତନ କରାଯାଉଛି। ପ୍ରାଣୀ ମିତ୍ର ଏବଂ ଏଲଆଇ ମାନେ ଫାର୍ମ ବୁଲି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଆବଶ୍ୟକ ମନେ ହେଲେ ବା ସନ୍ଦେହ ହେଲେ ରକ୍ତ ନମୁନା ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଛି।

ଲୋକମାନଙ୍କୁ ଅଯଥା ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଉଛି। ଅନୁଗୁଳ ନନ୍ ଭେଜ ମାର୍କେଟରେ ଜଣେ ବ୍ୟବସାୟୀ କହିଛନ୍ତି କୁକୁଡ଼ା ମାଂସ କିଲୋ ପ୍ରତି ଏବେ ୧୫୦ ରୁ ୧୬୦ ଟଙ୍କା ଦରରେ ବିକୁଛୁ। ତେବେ ଏହା ବାର୍ଡ ଫ୍ଲୁ ଭୟ ଯୋଗୁଁ ନୁହଁ ବରଂ ଶ୍ରାବଣ ମାସ ଯୋଗୁଁ ଦର କମିଛି ବୋଲି ବ୍ୟବସାୟୀ ଜଣକ ପ୍ରକାଶ କରିଛନ୍ତି।