ମୁଖ୍ୟ ଖବର

ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ : ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ କବିତା ପରିବେଷଣ କଲେ କବିଗଣ

By Angul TV Bureau

September 30, 2026

ଅନୁଗୋଳ: ହିନ୍ଦୀ ପକ୍ଷ ଅବସରରେ ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ସହ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରେ ଆୟୋଜିତ ଏହି ସାହିତ୍ୟିକ କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ କବି ଯୋଗଦେଇ ହାସ୍ୟ, ବ୍ୟଙ୍ଗ, ଦେଶପ୍ରେମ ଓ ସାମାଜିକ ପ୍ରସଙ୍ଗ ଆଧାରିତ କବିତା ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଏନ୍‌ଟିପିସି ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜୟ ଚାନ୍ଦ, ସାଗରିକା ମହିଳା ମଣ୍ଡଳର ସଭାପତି ବିଭା ଅଗ୍ରୱାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ କବିମାନଙ୍କୁ ସ୍ୱାଗତ କରିଥିଲେ।

କବି କମଳେଶ ରାଜହଂସ, ବ୍ରଜକିଶୋର ଜୀ ପଟେଲ, ବିନୟ ବିନମ୍ର, ଦିନେଶ ଦେହାତି, ନିରୋଜ ଜୈନ ଓ ବିଭା ଶୁକ୍ଳା ପ୍ରମୁଖ ନିଜସ୍ୱ ଶୈଳୀରେ କବିତା ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ହାସ୍ୟ ଓ ବ୍ୟଙ୍ଗ କବିତାରେ ଦର୍ଶକମାନେ ହସି ଉଠିଥିବାବେଳେ ଦେଶପ୍ରେମ ଓ ସାମାଜିକ ବାର୍ତ୍ତା ଭିତ୍ତିକ ରଚନା ମଧ୍ୟ ଉପସ୍ଥିତ ଶ୍ରୋତାଙ୍କୁ ପ୍ରଭାବିତ କରିଥିଲା।କାର୍ଯ୍ୟକ୍ରମରେ ଏନ୍‌ଟିପିସିର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ, କର୍ମଚାରୀ, ୟୁନିୟନ ଓ ଆସୋସିଏସନର ପ୍ରତିନିଧିଙ୍କ ସମେତ ବହୁ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।