କ୍ରୀଡ଼ା

ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

By Biswaranjan Pattnaik

June 25, 2026

ଅନୁଗୋଳ: ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ସଭାକକ୍ଷରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ।ସମ୍ମାନିତ ଅତିଥି ରୂପେ ରାଜ୍ୟ ବ୍ରିଜ୍ ସଂଘର ସଭାପତି ଶୁଭେନ୍ଦୁ ପଟ୍ଟନାୟକ, ଅନୁଗୋଳ ଟ୍ରକ୍ ମାଲିକ ସଂଘର ସମ୍ପାଦକ ରଜତ ମହାପାତ୍ର ଏବଂ ଅନୁଗୋଳ ବ୍ରିଜ୍ ସଂଘର ସମ୍ପାଦକ ଡିଲେଶ୍ୱର ପ୍ରଧାନ ଯୋଗ ଦେଇଥିଲେ। ପେୟାରରେ ଏସଏନ୍ କର ଓ ପିସି ଦାସ ପ୍ରଥମ, ବିଏସ୍ ପ୍ରଧାନ ଓ ଡି ସାହୁ ଦ୍ୱିତୀୟ, ଜେ ପ୍ରଧାନ ଓ ବିରେନ ମିତ୍ର ବେହେରା ତୃତୀୟ ଏବଂ ଶ୍ରୀମୁଖ ସାହୁ ଓ ଅମର ପ୍ରଧାନ ଚତୁର୍ଥ ହୋଇ ନଗଦ ଅର୍ଥ ରାଶି ପୁରସ୍କାର ରୂପେ ଗ୍ରହଣ କରିଥିଲେ। ଅନୁଗୋଳ ସଂଘ ସଭାପତି ଜୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।