ଅନ୍ୟାନ୍ୟ

ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର କର୍ମକର୍ତ୍ତା ଚୟନ: ରବୀନ୍ଦ୍ର ପଟ୍ଟନାୟକ ହେଲେ ସଭାପତି

By Angul TV Bureau

December 30, 2022

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ରେଲୱେ ଅଡିଟୋରିଅମ୍ ଠାରେ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର କର୍ମକର୍ତ୍ତା ଚୟନିତ ହୋଇଛନ୍ତି। ଗତ ୨୯ ଓ ୩୦ ଦୁଇଦିନ ଧରି ଚାଲିଥିବା ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଆସନ୍ତା ୨ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ରବୀନ୍ଦ୍ର ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ଆଠମଲ୍ଲିକ ଆଇନଜୀବୀ ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। ରାଜ୍ୟରେ ଆଇନଜୀବୀଙ୍କ ସୁରକ୍ଷା ଓ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସଭାପତି କହିଛନ୍ତି।