ଅନ୍ୟାନ୍ୟ

ଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ

By Angul TV Bureau

May 12, 2025

ଅନୁଗୁଳ: ଅଲ୍‌ ଓଡ଼ିଶା ସେଫ୍ଟି ଆସୋସିଏସନ୍‌ ପକ୍ଷରୁ ଆମ ସେନାଙ୍କ ପରାକାଷ୍ଠା ଓ ଦେଶ ପାଇଁ ବଳିଦାନକୁ ସମ୍ମାନ ଜଣାଇ କୃତଜ୍ଞତା ଜ୍ଞାପନ କରାଯାଇଛି। ଏ ଅବସରରେ ଆସୋସିଏସନ୍‌ ତରଫରୁ ଅନୁଗୁଳ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା। ପରେ ଆସୋସିଏସନ୍‌ର ସମସ୍ତ ସଦସ୍ୟ ଦୀପ ପ୍ରଜ୍ବଳନ କରି ଭାରତୀୟ ଯବାନଙ୍କ ସୁରକ୍ଷା ଏବଂ ଦୀର୍ଘାୟୁ କାମନା କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜ୍ୟ ଯୁଗ୍ମ ସଚିବ ଅନନ୍ତ ନାୟକ, ରାଜ୍ୟ ସଂଯୋଜକ ସରୋଜ ସାହୁ, ଅନୁଗୁଳ ଜିଲ୍ଲା ମୁଖ୍ୟ ସଂଯୋଜକ ରାକେଶ ସାସମଲଙ୍କ ସମେତ ଅନ୍ୟ ସଦସ୍ୟ ଯୋଗ ଦେଇଥିଲେ।