ଘଟଣା ଓ ଦୁର୍ଘଟଣା

ଗଞ୍ଜେଇ ନ ଦେବାରୁ ପୂଜକଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

By Angul TV Bureau

April 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଗ୍ରାମର ଶନି ମନ୍ଦିରର ପୂଜକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ପୋଲିସ କହିଛି ଯେ ବୁଧବାର ପୂଜକ ଜଗବନ୍ଧୁ ମହାପାତ୍ର ଶନି ମନ୍ଦିରରେ ଥିବା ବେଳେ ପରି ଦେହୁରି ତାଙ୍କ ପାଖକୁ ଯାଇ ଗଞ୍ଜେଇ ମାଗିଥିଲେ। ଗଞ୍ଜେଇ ନଥିବା ଜଗବନ୍ଧୁ କହିବା ପରେ ପରି ଉତକ୍ଷିପ୍ତ ହୋଇ ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜଗବନ୍ଧୁ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୧୩୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।