କଣିହାଁ: ଟ୍ରକ ଚାଳକକୁ ମାଡ଼ ମାରି ଲୁଟୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଣିହାଁ ଥାନା ପୋଲିସ। ସୂଚନା ମୁତାବକ, ଠିକା ସଂସ୍ଥା ହିଙ୍ଗୁଳା ଟ୍ରାନ୍ସପୋର୍ଟର ଟ୍ରକ୍ ( ସିଜି ୦୪ ଏମ୍ ଇ ୧୦୮୧)ରେ ପାଉଁଶ ପରିବହନ କରୁଥିବା ବେଳେ ଶୁକ୍ରବାର ଚାଳକକୁ ମାଡ଼ ମାରି ଲୁଟୁ ଅଭିଯୋଗ ହୋଇଥିଲା। ଠିକା ସଂସ୍ଥାର ପରିଚାଳନା ଦାୟିତ୍ବରେ ଥିବା ଦିଲ୍ଲୀପ ନାଏକ (୨୯)ଙ୍କ ଅଭିଯୋଗରେ କଣିହାଁ ଥାନାରେ କେସ୍ ନ ୨୧୮/୨୪ ମାମଲା ରୁଜୁ କରି ତଦନ୍ତ ଜାରି ଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତ ରମେଶ ନାଏକ (୩୫) ଓ ସୁରେଶ ନାଏକ (୩୯)ଙ୍କ ଠାରୁ ୩୧୦୦ ଟଙ୍କା ଓ ମୋବାଇଲ ଫୋନ ଜବତ କରିଥିବା ଜଣାଯାଇଛି।