ମୁଖ୍ୟ ଖବର

ବେଆଇନ ଗୋରୁଚାଲାଣ ଅଭିଯୋଗ

By Angul TV Bureau

April 18, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଭାବରେ କିଛିଦିନ ହେବ ଗୋରୁଚାଲାଣ କରାଯାଉଛି। ବାରମ୍ବାର ବେଆଇନ ଭାବରେ ଗୋରୁଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନଥ‌ିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଅବାଧ ଗୋରୁ ଚାଲାଣ ହେଉଥ‌ିବା ବେଳେ ଏହାକୁ ରୋକିବା ପାଇଁ ତିଳେଶ୍ବର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଅଞ୍ଚଳବାସୀ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଶେଷ କରି କୃଷିବାସପୁର, କୁରୁମଟାପ ଆମ୍ବସରମୁଣ୍ଡା, ପାଇକସାହି, କନ୍ତପଡ଼ା ପଞ୍ଚାଯତ ଅଞ୍ଚଳରୁ ପ୍ରତେକ ଦିନ ଗୋରୁ ବ୍ୟବସାୟୀମାନେ ଗୋରୁ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଶହ ଶହ ଗୋରୁ ନାକିଚି ଦେଇ ହଣ୍ଡପା, ହିଞ୍ଜିରିଡ଼ା ଦେଇ କଣ୍ଟେନର ସାହାଜ୍ୟରେ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ପ୍ରତେକ ବୁଧବାର ଗୋରୁ ଏହି ଦୁଇ ଥାନା ଦେଇ ଯାଉଥିଲେ ମଧ୍ୟ ପୋଲିସ ଦୃଷ୍ଟି ଦେଉ ନଥ‌ିବା ଯୋଗୁଁ ଅସନ୍ତୋଷ ଦେଖାଯାଇଛି। ଗୋରୁ ବ୍ୟବସାୟୀମାନେ କିଛି ଅସାଧୁ ପୋଲିସଙ୍କୁ ମାସିକିଆ ହାତଗୁଞ୍ଜା ଦେଇ ଏହି କାରବାର କରୁଥିବା ନାକିଚି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥପ୍ରତି ଅନୁଗୋଳ ଏସପି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।