ମୁଖ୍ୟ ଖବର

ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ଅଭିଯୋଗ

By Angul TV Bureau

August 06, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଭୋଗବେରୋଣୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜାଲ ପ୍ରାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଶୁକ୍ରବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଭୋଗବେରୋଣୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନସ ରଞ୍ଜନ ବାରିକ ତାଙ୍କ ନିଯୁକ୍ତି ସମୟରେ ଯେଉଁ ପ୍ରମାଣପତ୍ର ଦେଇଥିଲେ ତାହା ଜାଲ ଅଟେ। କ୍ରୀଡ଼ା ଶିକ୍ଷକ ଶ୍ରୀ ବାରିକ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଆଣ୍ଡ ଯୋଗ ଅନୁଷ୍ଠାନରୁ ସିପିଇଡି ପ୍ରମାଣପତ୍ର ଦାଖଲ କରିଥିଲେ।

ଏହି ପ୍ରମାଣପତ୍ର ସହାୟତାରେ ୨୦୧୧ରେ ଶ୍ରୀ ବାରିକ ନିଯୁକ୍ତି ପାଇଥିଲେ। ତେବେ ତାଙ୍କ ପ୍ରମାଣପତ୍ର ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଆଣ୍ଡ ଯୋଗ ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହା ଜାଲ ଅଟେ ବୋଲି କହିଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଏହି ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।