ଘଟଣା ଓ ଦୁର୍ଘଟଣା

ନିର୍ମାଣାଧୀନ ପମ୍ପ ହାଉସରୁ ଚୋରି ଅଭିଯୋଗ: ତିନି ଗିରଫ

By Angul TV Bureau

January 29, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଠାରେ ଏନଟିପିସି ଥର୍ମାଲ ନିମନ୍ତେ ଏଲଏନଟି କମ୍ପାନୀ ଦ୍ବାରା ନିର୍ମାଣାଧୀନ ପମ୍ପ ହାଉସରୁ ଚୋରି ଅଭିଯୋଗରେ ସମଲ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାନଟିପୋ ଗ୍ରାମର ଜୟନ୍ତ ସେଠୀ, ପ୍ରଦୀପ ନାଏକ ଓ ସମଲ ଗ୍ରାମର ପଞ୍ଚାନନ ପ୍ରଧାନ। ସେମାନେ କମ୍ପାନୀରୁ ତମ୍ବା ସାମଗ୍ରୀ ଚୋରି କରିଥିଲେ। ଏନେଇ ସିକ୍ୟୁରିଟି ଇନଚାର୍ଜ କିଶୋର ସାହୁଙ୍କ ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୨୬/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।