ମୁଖ୍ୟ ଖବର

ପିଏମଶ୍ରୀ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର : ଡ୍ରାଇଭରକୁ ଅକଥନୀୟ ଅତ୍ୟାଚାର ଅଭିଯୋଗ; ମିଛ ବୋଲି କହିଲେ ପ୍ରିନ୍ସପାଲ

By Angul TV Bureau

August 10, 2026

ଅନୁଗୋଳ: ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବସ୍ ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିବା ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଗତକାଲି ବିଦ୍ୟାଳୟର ଡ୍ରାଇଭରକୁ ଏକ କୋଠରୀ ଭିତରେ ଜଣେ ସୁରକ୍ଷାକର୍ମୀ, ଇଲେକ୍ଟ୍ରିସିଆନ ଓ ପ୍ରିନସିପାଲ ସିଦ୍ଧାର୍ଥ ଶଙ୍କର ବରାଳ ନିସ୍ତୁକ ମାଡ଼ ମାରିଥିବା ନେଇ ବନ୍ତଳା ଥାନାରେ ଡ୍ରାଇଭର ଅଭିଯୋଗ କରିଛନ୍ତି। ଏଘଟଣାରେ ପୁଲିସ ମାମଲା ରୁଜୁ କରିନଥିବା ଜଣାପଡ଼ିଛି।

ଅନ୍ୟପଟେ ପ୍ରିନ୍ସପାଲଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଡ୍ରାଇଭର ସବୁ ଦିନ ଗାଡ଼ି ଚଳାଇବା ସମୟରେ ମଦ୍ୟପାନ କରିଥାନ୍ତି। ଡ୍ରାଇଭର ହାତୀ ଗତକାଲି ମଦ୍ୟପାନ କରି ଏକ ଛାତ୍ରୀଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲା। ବିଦ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ବିଦ୍ୟାଳୟ ପରିଚାଳନା କମିଟିର ନିଷ୍ପତ୍ତି ପରେ ତାଙ୍କ ଉପରେ ପଦକ୍ଷେପ ନିଆଯିବ। ସେପଟେ ବିଦ୍ୟାଳୟର କୌଣସି ଷ୍ଟାଫ ତାଙ୍କୁ ଅଟକ ରଖି ମାଡ଼ପିଟ କରିନାହାନ୍ତି ବୋଲି ମଧ୍ୟ ପ୍ରିନ୍ସପାଲ ସ୍ପଷ୍ଟ କରିଛନ୍ତି। ଘଟଣାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।