ଘଟଣା ଓ ଦୁର୍ଘଟଣା

ଛୁଆ ନ ହେବାରୁ ମହିଳାଙ୍କୁ ନିର୍ଯାତନା, ସ୍ୱାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

By Sanjeeb Biswal

July 27, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମରେ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ ଜଣେ ମହିଳା ଥାନାରେ ଲିଖତ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, କଞ୍ଜରା ଗ୍ରାମର ରମା ପ୍ରଧାନ(୨୫)ଉକ୍ତ ଥାନା ଅନ୍ତର୍ଗତ ତୁବେ ଗ୍ରାମର ଗୁଣନିଧି ସାହୁଙ୍କୁ ୧୫ ମାସ ହେବ ବୈଦିକ ରୀତିରେ ବିବାହ କରିଛନ୍ତି। ବିବାହ ପରେ ଏପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ଗୁଣନିଧି ବହୁବାର ରମାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ନିର୍ଯାତନା ଦେଇ ଆସୁଛନ୍ତି। ଏନେଇ ରମା ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ଥାନା କେସନଂ ୨୨୯/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।