ଘଟଣା ଓ ଦୁର୍ଘଟଣା

ବାଇକ୍ ଚୋରି ଅଭିଯୋଗ

By Swagatika Samantray

July 15, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଶୁକ୍ରବାର ସକାଳେ ଏକ ବାଇକ୍ ଚୋରି ହୋଇଛି। ସୂଚନା ଯେ, ଗାଁର ଆକାଶ ମହାନ୍ତି ସକାଳେ ବଜାରରୁ ପରିବା କିଣି ଘରକୁ ଫେରିଥିଲେ। ଘର ସାମ୍ନାରେ ବାଇକ୍ରଖି ଘରଭିତରକୁ ଯାଇଥିଲେ। ତେବେ ବାଇକ୍ରେ ଚାବି ଲାଗିଥିଲା। ତେବେ ଘରୁ ଫେରି ଦେଖିଲା ବେଳକୁ ବାଇକ୍ ନାହିଁ। କାଳେ କିଏ ପରିଚିତ ଲୋକ ନେଇଥିବ ବୋଲି ବହୁତ ଖୋଜାଖୋଜି କରିଲେ। କିନ୍ତୁ ଅପରାହ୍ନ ସୁଦ୍ଧା ତାଙ୍କୁ ବାଇକ୍ ମିଳିନଥିଲା। ଏ ନେଇ ଆକାଶ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।