ମୁଖ୍ୟ ଖବର

କୋଇଲା ଚୋରାଚାଲାଣ ଅଭିଯୋଗ, ୪ ଜଣଙ୍କୁ କୋର୍ଟଚାଲାଣ କଲା ଅନୁଗୁଳ ସଦର ପୋଲିସ

By Angul TV Bureau

February 18, 2023

ଅନୁଗୁଳ: କୋଇଲା ଚୋରା ଚାଲାଣ ଅଭିଯୋଗରେ ଅନୁଗୁଳ ସଦର ଥାନା ପୋଲିସ ଆଜି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ହିଙ୍ଗୁଳା କୋଇଲା ଖଣିରୁ ଚୋରା କୋଇଲା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଗତକାଲି ନତଡା ଛକ ଠାରୁ ଦୁଇଟି ୪୦୭ ଟ୍ରକରେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ପୋଲିସ ଦୁଇଟି ଗାଡି ଜବତ କରିଥିଲେ। ସଦର ଥାନା ପକ୍ଷରୁ କେସ୍ ନମ୍ବର ୫୫/୫୬ ରେ ମାମଲା ରୁଜୁ କରାଯାଇ ଭଜମନ ବେହେରା, ନଗେନ୍ ବିଶ୍ଵାଳ, ଭିକାରୀ ବାଘ, ଆର୍ଯ୍ୟାଜିତ୍ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚୋରା ଚାଲାଣ ରେ ଆହୁରି ୧୨ ଜଣ ସମ୍ପୃକ୍ତ ଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।