ଅନ୍ୟାନ୍ୟ

ସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

By Angul TV Bureau

October 06, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁମଣ୍ଡ ଗାଁର ପ୍ରଗତିନଗର ମୌଜାରେ ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ସରକାକାରୀ କର୍ମଚାରୀ ଜବରଦଖଲ କରିବାରେ ସହାୟତା କରିଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ଏହି ମୌଜାରେ ଥିବା ଏକ ଗୋଚର ଜାଗାରେ ଗତ ୩୦ ବର୍ଷ ଧରି ଘରକରି ରହିଆସୁଥିବା ଅଞ୍ଜଳୀ ଦେହୁରୀ, ଶୁକ୍ରମୁନି ମୁଣ୍ଡା, ରାମ ମୁଣ୍ଡା, ବିଶ୍ବନାଥ ମୁଣ୍ଡା, ରାମଚନ୍ଦ୍ର ଦେହୁରୀ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଏହି ବାସିନ୍ଦାମାନେ ଦର୍ଶାଇଛନ୍ତି ଯେ, ସେମାନେ ୧୨ଟି ପରିବାର ରହୁଥିବା ସେହି ଗୋଚର ଜମିର ଏକ ରସ୍ତା ନିର୍ମାଣକରି ଯିବା ଆସିବା କରୁଥିଲେ। ତେବେ ଏହି ଗୋଚର ଜମି ପାଖରେ ଥିବା ୨୦୯ ପ୍ଲଟଟି ଆମର ବୋଲି ଦାବୀ କରି ସୋମବାର ୪ ଜଣ ଯୁବକ ସ୍ଥାନିୟ ରାଜସ୍ବ ନିରୀକ୍ଷକଙ୍କ ସହାୟତାରେ ଜମି ଚିହ୍ନଟ କଲେ। ତେବେ ଏହି ଚିହ୍ନଟ ସମୟରେ ଏହି ବସ୍ତିର କାହାକୁ ନ ଜଣାଇ ରାସ୍ତାକୁ କାଟିବା ସହ ସେଠାରେ ଏକ ପାଚେରୀ ନିର୍ମାଣ କରୁଛନ୍ତି। ଯାହାଫଳରେ ଉକ୍ତ ରାସ୍ତା ବନ୍ଦ ହେବା ଯୋଗୁଁ ବସ୍ତିର ପିଲାମାନେ ସ୍କୁଲ ଯିବା ଆସିବା ଏବଂ ଦିନ ମଜୁରୀ ନିମନ୍ତେ ଯା’ଆସ କରିପାରୁନାହାଁନ୍ତି। ଏହି ରାସ୍ତାକୁ ଉଚିତ୍ ଚିହ୍ନଟ କରି ରାସ୍ତାଟିକୁ ବାହାର କରାଗଲେ ଆମ୍ଭେ ୧୨ଟି ପରିବାର ଯିବା ଆସିବା କରିବାରେ ସହାୟକ ହେବ ବୋଲି ଅନୁରୋଧ କରିଛନ୍ତି। ଏ ସମ୍ପକରେ ବସ୍ତିବାସୀଙ୍କ ତରଫରୁ ଅନୁଗୁଳ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବଅଁରପାଳ ତହସିଲଦାରଙ୍କୁ ମଧ୍ୟ ଲିଖିତ ପତ୍ର ପ୍ରଦାନ କରାଯାଇଛି।