ମୁଖ୍ୟ ଖବର

ଜିଏସଟି ଟିକସ ଫାଙ୍କିବା ଅଭିଯୋଗ: ଅନୁଗୁଳର ଶୀତଳ ରିଅଲ ଇଷ୍ଟେଟ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଚଢ଼ଉ

By Angul TV Bureau

January 13, 2026

ଅନୁଗୁଳ: ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ଅନୁଗୁଳ ସହର ସ୍ଥିତ ଶୀତଳ ରିଅଲ ଇଷ୍ଟେଟ ମାଲିକ ସୁନୀଲ ଅଗ୍ରୱାଲଙ୍କ ଘରେ ଚଢ଼ଉ। ତାଙ୍କ ଘରେ ଥିବା କାର୍ଯ୍ୟାଳୟରେ ଭୁବନେଶ୍ୱର ଡିରେକ୍ଟରେଟ୍ ଅଫ୍ ଜେନେରାଲ୍ ଜିଏସଟି ଇଣ୍ଟେଲିଜେନ୍ସ (ଡିଜିଜିଆଇ)ର ୧୨ଜଣିଆ ଟିମ ଚଢ଼ଉ କରି ତଦନ୍ତ ଚଳାଇଛନ୍ତି।

ସୂଚନା ଅନୁଯାୟୀ, ସୁନୀଲ ଅଗ୍ରୱାଲ ଦୀର୍ଘ ସମୟ ଧରି ଟିକସ ଫାଙ୍କୁଥିବା ସନ୍ଦେହରେ ଜିଏସଟି ଇଣ୍ଟେଲିଜେନ୍ସର ରାଡାରରେ ଥିଲେ। ଗୁପ୍ତ ସୂଚନା ଆଧାରରେ ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ତାଙ୍କ ଘରେ ଅଚାନକ ଚଢ଼ାଉ ହୋଇଥିଲା। ମାର୍ବଲ ବ୍ୟବସାୟ ସହିତ ରିଅଲ ଇଷ୍ଟେଟ ବ୍ୟବସାୟରେ ସକ୍ରିୟ ଥିବା ସୁନୀଲ ଅଗ୍ରୱାଲଙ୍କ କାର୍ଯ୍ୟାଳୟରୁ ହିସାବକିତାବ, ବିଲ୍ ବହି , ଟ୍ୟାକ୍ସ ରିଟର୍ନ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି। ତଦନ୍ତ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି। ଖବର ଲେଖା ହେବା ଯାଏଁ ଜିଏସଟି କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।