ଘଟଣା ଓ ଦୁର୍ଘଟଣା

ଯୁବକଙ୍କୁ ହତ୍ୟା ଅଭିଯୋଗ

By Angul TV Bureau

September 25, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରୁଗୁଡ଼ିଆପଡ଼ାରେ ଜଣେ ଯୁବକ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରୁଗୁଡ଼ିଆପଡ଼ା ଶଶୁର ଘରେ ଗୁରଙ୍ଗ ଗାଁର ଭିକାରୀ ଓରଫ ନରେନ୍ଦ୍ର ନାଏକ(୨୮) ରହୁଥିଲେ। ସେ ଜଣେ ଟ୍ରାକ୍ଟର ଚାଳକ। ଶୁକ୍ରବାର ରାତିରେ ସେ ତାଙ୍କ ସ୍ତ୍ରୀଙ୍କସହ ପାଟିଗୋଳ କରିଥିଲେ। ଶନିବାର ସକାଳେ ଦେଖିଲା ବେଳକୁ ନରେନ୍ଦ୍ର ବେକରେ ଏକ ଶାଢ଼ୀଦ୍ବାର ଘର କଡ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ଶଶୁର ଘର ଲୋକ ବଞ୍ଚିଥିବା ଆଶଂକା କରି ତାଙ୍କ ବକରୁ ଶାଢ଼ୀ ଖୋଲି ଦେଇଥିଲେ। ତେବେ ଏ ନେଇ ନରେନ୍ଦ୍ରଙ୍କ ଭଉଣି ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୩୨୫/୨୧ରେ ଦଫା ୩୦୨, ୨୯୪, ୩୨୩, ୫୦୬ରେ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ କରାଯାଇଛି।