ମୁଖ୍ୟ ଖବର

ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ, ଜଣେ ଗିରଫ

By Angul TV Bureau

October 19, 2021

ଅନୁଗୁଳ : ଅନୁଗୁଳ ସହରର ରାଜକିଶୋରପଡ଼ାରେ ସୋମବାର ରାତିରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାଜକିଶୋର ପଡ଼ାର ପ୍ରସନ୍ନ କୁମାର ମହାନ୍ତି ଓ ଲୁଲୁ ଓରଫ ପ୍ରଦୀପ ଶତପଥିଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଦୀପ ପ୍ରସନ୍ନଙ୍କୁ ଠେଲି ଦେଇଥିଲେ। ଫଳରେ ପ୍ରସନ୍ନ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରସନ୍ନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରସନ୍ନଙ୍କ ପରିବାର ତରଫରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ପ୍ରଦୀପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।